ନଓ୍ବାଜ ଶରିଫଙ୍କ ଘରବାହୁଡ଼ା ପ୍ରସ୍ତୁତି ଆରମ୍ଭ : ସିନେଟରେ ବିଲ ପାରିତ…

ଇସଲାମାବାଦ,୧୮।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କୌଣସି ବ୍ୟକ୍ତି ଆଜୀବନ ଅଯୋଗ୍ୟ ହୋଇପାରିବ ନାହିଁ। ବିରୋଧୀଦଳ ଅଭିଯୋଗ କରିଛନ୍ତି ଏହି ବିଲ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦେଶକୁ ଫେରାଇ ଆଣିବା ପ୍ରସ୍ତୁତି ବ୍ୟତୀତ ଆଉ କିଛି ନୁହେଁ।

୨୦୧୭ ମସିହାରେ ପାକିସ୍ତାନ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚ ଦ୍ୱାରା ନୱାଜ ସରିଫ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ନୱାଜ ସରିଫଙ୍କୁ ଆଜୀବନ ସଂସଦୀୟ ହେବାକୁ ଅଯୋଗ୍ୟ କରାଯାଇଥିଲା। ଏହା ପରେ ନୱାଜ ସରିଫ ନଭେମ୍ବର ୨୦୧୯ ରେ ଲଣ୍ଡନ ଚିକିତ୍ସା ପାଇଁ ଯାଇଥିଲେ ଏବଂ ସେହି ଦିନଠାରୁ ସେଠାରେ ରହିଆସୁଥିଲେ। ଲଣ୍ଡନ ଯିବା ପୂର୍ବରୁ ନୱାଜ ସରିଫ ଅଲ-ଜାଜିଜିଆ ଦୁର୍ନୀତି ମାମଲାରେ ସାତ ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହି ବିଲ ଶୁକ୍ରବାର ପାରିତ ହୋଇଛି ଏବଂ ଏହି ବିଲରେ ସାଂସଦଙ୍କ ଅଯୋଗ୍ୟତା ପାଞ୍ଚ ବର୍ଷ ମଧ୍ୟରେ ସୀମିତ ରହିଛି। ସୂଚନାଯୋଗ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ବଡ ଭାଇ ନୱାଜ ସରିଫଙ୍କୁ ଘରକୁ ଫେରାଇ ଆଣିବା, ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳର ଅଭିଯାନର ନେତୃତ୍ୱ ନେବାକୁ ତଥା ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ନିବେଦନ କରିଛନ୍ତି।

ପାକିସ୍ତାନ ସିନେଟରେ ଆଗତ ହୋଇଥିବା ଏହି ବିଲ ପାଇଁ ସରକାର ନିର୍ବାଚନ ଅଧିନିୟମ ୨୦୧୭ର ଧାରା -୨୩୨ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଅନ୍ତର୍ଭୁକ୍ତ କରିଛନ୍ତି। ସଂଶୋଧନ ଅନୁଯାୟୀ, ଯଦି ସମ୍ବିଧାନରେ ଅଯୋଗ୍ୟତା ପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ, ତେବେ ସମ୍ବିଧାନର ଧାରା ୬୨ ଏବଂ ୬୩ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ଜଣେ ବ୍ୟକ୍ତି ସଂସଦର ସଦସ୍ୟ ହେବାର ଯୋଗ୍ୟତା ନିର୍ଣ୍ଣୟ କରାଯିବ। ସଂଶୋଧନ ଅନୁଯାୟୀ, ଧାରା ୬୨(୧) (ଏଫ) ଅନୁଯାୟୀ ଅଯୋଗ୍ୟତା ପାଞ୍ଚ ବର୍ଷରୁ ଅଧିକ ହେବ ନାହିଁ ।

Share