ବଡଦିନ ପାଇଁ ପ୍ରସ୍ତୁତି ଆରମ୍ଭ: ଟ୍ରାଫିକ ନିୟନ୍ତ୍ରଣ ସହ ଗାଡିମୋଟର ହେବ ନିୟମିତ ଯାଞ୍ଚ୍‌

ଦାରିଙ୍ଗବାଡି, ୧୭।୧୨ (ଅରୁଣ ସାହୁ): ଆଉ କିଛି ଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପିଠାପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି। ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍‌ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ ସେନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତତି ଆରମ୍ଭ ହୋଇଛି।
ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା, ବିଡ଼ିଓ ପ୍ରୀତିରଞ୍ଜନ ରଥ, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ, ବଣିକ ସଙ୍ଘ, ହୋଟେଲ ସଙ୍ଘ, ଚର୍ଚ୍ଚର ପାଳକ, ପ୍ରୀଷ୍ଟମାନେ ଯୋଗଦେଇଥିଲେ। ଦାରିଙ୍ଗବାଡି ଅଞ୍ଚଳରେ ବଡ଼ ଧୂମଧାମରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ପାଳକ ସୁନୀଲ କୁମାର ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଚର୍ଚ୍ଚ ଫାଦର ମୁକୁନ୍ଦ ବଳିୟାର ସିଂପ୍ରମୁଖ ଯୋଗଦେଇ ଏହି ପର୍ବ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସେହିପରି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇଛି ସେହିପରି ମଦ୍ୟପଙ୍କ ଦ୍ରୁତଗତି ଗାଡିଚାଳନା ଓ ବାଇକ ଚାଳକଙ୍କ ଅମାନିଆ ଗାଡି ଚାଳନାକୁ ରୋକିବାକୁ ସ୍ଥାନୀୟ ଲୋକ ପୋଲିସକୁ ନିବେଦନ କରିଥିଲେ। ବଡଦିନ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ମଧ୍ୟ ଗାଡି ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱ ପାଇଁ ବୈଠକରେ କଥା ଉଠିଥିଲା। ଏହାକୁ ବାଲିଗୁଡା ଏସଡିପିଓ ଏବଂ ଆଇଆଇସି ଗୁରୁତର ସହ ନେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା…

ପୁରୀ,୧୫।୪: ପୁରୀ ଜିଲା କୃଷ୍ଣପ୍ରସାଦ ପଣାଯାତ୍ରା ବେଳେ ଅଘଟଣ ଘଟିଛି। ପଣାଯାତ୍ରା ପଡିଆରେ ୫ ଦୋକାନ ଜଳି ଯାଇଛି। ହଠାତ୍‌ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡ ଘଟିଛି।...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ: କହିଲେ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର.୧୫।୪: ବଲାଙ୍ଗିର ଜିଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image