ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦ତମ ପାତାଳି ମହୋତ୍ସବର ସମୀକ୍ଷା ଏବଂ ଏଥିରେ ସହଯୋଗ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତା, ରାଜନେତା, ପ୍ରଶାସନିକ ଅଧିକାରୀ, ସଂକୀର୍ତ୍ତନ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ପରେ ଆଗାମୀ ରଥଯାତ୍ରାକୁ ସରସ ସୁନ୍ଦର ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ବିଶେଷ ଭାବରେ ଆଲୋଚନା କରାଯାଇଥିଲା l ଏଥିପାଇଁ ଏକ ୭ ଜଣିଆ ରଥ ନିର୍ମାଣ କମିଟି ଗଠନ କରାଯାଇଥିଲା।

ସଂଯୋଜକ ଭାବେ ସତ୍ୟଜିତ ଗଡୁଆ, ସଦସ୍ୟ ଭାବେ ଧନେଶ୍ୱର ପଧାନ, ଜୈମିନି ନାଏକ, ବୀରମିତ୍ର ପଧାନ, ଗଦାଧର ମେଣ୍ଡିଲି, ପ୍ରମୋଦ ପାତ୍ର, ଉସତ କର୍ଣ୍ଣଙ୍କୁ ମନୋନୀତ କରାଯାଇଛି। ପାତାଳି ସେନାର ସମସ୍ତ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l

ଆଗାମୀ ଅକ୍ଷୟ ତୃତୀୟା ଦିନ ସେବାୟତ ସଂଘର ପ୍ରସ୍ତୁତି ବୈଠକରେ ରୀତିନୀତି ସମ୍ପର୍କିତ ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ କରାଗଲା l ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ବିଧାୟକ ବୀରମହାରାଜପୁର ଇଂ. ରଘୁନାଥ ଜଗଦଲା, ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଗଲା।

ବୈଠକକୁ ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ। ସେବାୟତ ସଂଘର ଶରଦ ଚାନ୍ଦ, ପବିତ୍ର ନନ୍ଦ, ରବିନାରାୟଣ ପୂଜାରୀ, ଫକୀର ମୋହନ ପାଢ଼ୀ ଏବଂ ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଜଗଦୀଶ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri