ରଥଯାତ୍ରା ପ୍ରସ୍ତୁତି: ନିୟୋଜିତ ହେବେ ବରିଷ୍ଠ ପଦାଧିକାରୀ

ପୁରୀ ଅଫିସ,୧୬।୬: ଜୁଲାଇ ୧ରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ଘନ ଘନ ବୈଠକ ବସୁଛି। ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପ୍ଲାନ କରାଯିବ। ସେହିପରି କର୍ଡନ ଓ ରଥ ଟଣା ଦାୟିତ୍ୱରେ ରହିବେ ବରିଷ୍ଠ ପଦାଧିକାରୀ। ଶ୍ରୀମନ୍ଦିର ଭିତରେ ଓ ବାହାରେ, ରଥଟଣା, ଜନଗହଳି ନିୟନ୍ତ୍ରଣ ପାଇଁ ବଛା ବଛା ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର. କେ. ଶର୍ମା ଏନେଇ ସୂଚନା ଦେଇଛନ୍ତି ।

Share