ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍‌ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍‌ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଯେଉଁ କୋଭିଡ୍‌ ରୋଗୀ ସଙ୍ଗରୋଧରେ ରହୁଛନ୍ତି ସେହିମାନଙ୍କୁ ଚିହ୍ନଟ କରାଯାଇ କୋଭିଡ୍‌ ନିୟମ ଅନୁପାଳନ କରି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ରଖିବା ପାଇଁ ଅଲଗା ଗାଡ଼ି ବ୍ୟବହାର କରାଯିବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ଚିହ୍ନଟ ପ୍ରକ୍ରିୟା କରିବା ପାଇଁ ଜିଲାପାଳ କହିଛନ୍ତି। ଚିହ୍ନଟ କରାଯାଇଥିବା ଆଶ୍ରୟସ୍ଥଳ ଗୁଡିକରେ ଶୌଚାଳୟ ଏବଂ ପାନୀୟ ଜଳର ସୁବିଧା ଅଛି କି ନାହିଁ ତାର ତଦାରଖ କରିବା ସହ ବିଦ୍ୟାଳୟ ଆଶ୍ରୟ ସ୍ଥଳୀ ପାଇଁ ନୋଡାଲ ପର୍ଶନ ଠିକ କରିବାକୁ ବିଡିଓମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଆଶ୍ରୟସ୍ଥଳୀ ଗୁଡିକରେ କୋଭିଡ୍‌ ରୋଗୀଙ୍କୁ ରଖାଯିବ ସେଠାରେ ଡାକ୍ତରଖାନାର ସୁବିଧା ଅଛି କି ନାହିଁ ତାହାର ତଦାରଖ କରିବାକୁ ଜିଲାପାଳ କହିଛନ୍ତି।

Share