ଭୁବନେଶ୍ବର,୧୦।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଆଲୋଚନା ପରେ ବୋର୍ଡ ଓ କାଉନସିଲ ମୁଖ୍ୟ ପରୀକ୍ଷା ସମୟ ଧାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଛି ।
ବିଏସ୍ସି ଏବଂ ସିଏଚ୍ଏସ୍ଇ ପକ୍ଷରୁ ଏହି ଆଲୋଚନା କରାଯିବ । ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ବ୍ୟାପକ ଆଲୋଚନା ପରେ ପରୀକ୍ଷା ଓ ମୂଲ୍ୟାୟନ ନେଇ ପ୍ରସ୍ତାବ ଗ୍ରହଣ କରାଯିବା ପରେ ନିଷ୍ପତ୍ତି ନିଆଯିବ ।