ତୃତୀୟ ଲହର ପାଇଁ ପ୍ରସ୍ତୁତି: ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ପ୍ରଥମେ ଦିଆଯିବ ଭାକ୍ସିନ୍‌…

ଲକ୍ଷ୍ନୌ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ଭାକ୍ସିନ୍‌ ଦେବାରେ ଅଗ୍ରାଧିକାର ପ୍ରଦାନ କରାଯିବ। ରାଜ୍ୟର ପ୍ରତି ଟିକାକରଣ କେନ୍ଦ୍ରରେ ଅଭିଭାବକ ବୁଥ୍‌ ସ୍ଥାପନ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ଲହରରେ ପିଲାଙ୍କୁ ହେବାକୁ ଥିବା ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଟିକାକରଣ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share