ବାତ୍ୟା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୯।୫: ଆଇଏମ୍‌ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ରବିବାର ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବାର ଆଶା କରାଯାଉଛି। ବାତ୍ୟା ସ୍ଥିତି ଉପତ୍ନ୍ନ ହେଲେ ଏହାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନୀରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଡିସ୍‌କମ୍‌ ପକ୍ଷରୁ ବିଦ୍ୟୁତ୍‌ ବିଭ୍ରାଟକୁ ସୁଧାରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ଉପକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଯେ କୌଣସି ପ୍ରକାର ଆପାତକାଳୀନ ସ୍ଥିତିର ମୁକାବିଲା ଏବଂ ବିଦ୍ୟୁତ୍‌ ଯୋଗାଣ ପାଇଁ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଟିପିସିଓଡିଏଲ୍‌ ସର୍ବଦା ପ୍ରସ୍ତୁତ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହାର ଲାଇସେନ୍ସ ପ୍ରାପ୍ତ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍‌ ମଧ୍ୟ ମୁତୟନ କରାଯାଇଛି। ବାତ୍ୟା ସମୟରେ ଜରୁରିକାଳୀନ ସେବା ଲାଗି ଗ୍ରାହକମାନେ ୨୪ ଘଣ୍ଟିଆ କଲ୍‌ ସେଣ୍ଟରର ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨ରେ କଲ୍‌ କରିପାରିବେ କିମ୍ବା ଟିପିସିଓଡିଏଲ୍‌ ମିତ୍ର ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିପାରିବେ।

Share