Categories: ଜାତୀୟ

ସିଲ୍‌ ହୋଇପାରେ ଅଯୋଧ୍ୟା: ଜଳପଥରେ ବି କଡ଼ା ସୁରକ୍ଷା

ଅଯୋଧ୍ୟା,୩୧।୭: ଅଗଷ୍ଟ ପ୍ରଥମ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମିପୂଜା କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ସମେତ ଫୈଜାବାଦ ସହରରେ ମଧ୍ୟ ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିବାକୁ ଯୋଜନା କରାଯାଇଛି। ସେହିପରି ଲକ୍ଷ୍ନୌ ରାସ୍ତାରେ ଆସୁଥିବା ଭିଭିଆଇପିଙ୍କୁ ସହାଦତଗଞ୍ଜରୁ ଅଯୋଧ୍ୟା ଆସିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳପଥରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share