Posted inଜାତୀୟ

ନିର୍ବାଚନରେ ହାରିବା ପରେ ବି ଏହି ଭାଜପା ନେତାଙ୍କୁ ରାଜ୍ୟ ସଭା ପଠାଇବାକୁ ପ୍ରସ୍ତୁତି, ବଡ଼ ଗେମ୍‌ ଖେଳିବ…

ନୂଆଦିଲ୍ଲୀ,୧୭।୮: କିଛିଦିନ ପରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ହେବାକୁ ଥିବାବେଳେ ଭାରତୀୟ ଜନତା ପାର୍ଟି ଏମିତି ଜଣଙ୍କୁ ରାଜ୍ୟ ସଭା ପଠାଇବାକୁ ଯାଉଛି ଯିଏକି ଲୋକ ସଭାରେ ବଡ଼ ପରାଜୟର ସମ୍ମୁଖୀନ ହୋଛନ୍ତି। ଭାଜପା ହରିୟାଣାରୁ କେନ୍ଦ୍ର ମନ୍ତ୍ରୀ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇବାକୁ ଯାଉଛି। ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୧ ଅଗଷ୍ଟ। ଏଭଳି ପରିସ୍ଥିତିରେ ତାଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। କହିରଖୁଛୁ କି, ରବନୀତ ସିଂ ବିଟୁ କଂଗ୍ରେସ ଛାଡି ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବିଟୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବେଅନ୍ତ ସିଂଙ୍କ ନାତି ଏବଂ ପୂର୍ବତନ ମନ୍ତ୍ରୀ ତେଜ ପ୍ରକାଶ ସିଂଙ୍କ ପୁଅ ଅଟନ୍ତି।

ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ତାଙ୍କୁ ଲୁଧିଆନାରୁ ଟିକେଟ ଦେଇଥିଲା, କିନ୍ତୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂ ରାଜା ଭେଡିଂଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଏହା ପରେ ମଧ୍ୟ ଭାଜପା ବିଟୁଙ୍କୁ ମୋଦି ୩.୦ ରେ କେନ୍ଦ୍ର ମନ୍ତ୍ରୀ କରିଛନ୍ତି।

ପଞ୍ଜାବ ବ୍ୟତୀତ ୯ଟି ରାଜ୍ୟରେ ୧୨ଟି ଆସନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପଞ୍ଜାବରେ ରାଜ୍ୟ ସଭା ଆସନ ୨୦୨୮ପୂର୍ବରୁ ଖାଲି ରହିବ ନାହିଁ। ଏଭଳି ପରିସ୍ଥିତିରେ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଯାଇପାରେ ବୋଲି କୁହାଯାଉଛି।

ହରିୟାଣାର ରୋହତକରୁ ଦେବେନ୍ଦ୍ର ହୁଡା ଲୋକ ସଭା ଏମପି ଭାବରେ ନିର୍ବାଚିତ ହେବା ପରେ ଏହି ଆସନ ଖାଲି ହୋଇଯାଇଥିଲା। ଏହା ପରେ କୁହାଯାଇଥିଲା ଯେ ଏହି ଆସନରୁ ବିଟୁଙ୍କୁ ରାଜ୍ୟ ସଭାକୁ ପଠାଯାଇପାରିବ। ତେବେ ରାମ ବିଳାସ ଶର୍ମା, କ୍ୟାପଟେନ ଅଭିମନ୍ୟୁ, ଓପି ଧନଖର, ସଞ୍ଜୟ ଭାଟିଆ, ମନୀଷ ଗ୍ରୋଭର, କୁଲଦୀପ ବିଷ୍ଣୁ ଏବଂ ସୁନୀତା ଡଗଲଙ୍କ ଭଳି ବଡ ନେତା ଏହି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ଖୋଜି ଖୋଜି ହିନ୍ଦୁଙ୍କୁ ହତ୍ୟା କଲେ ଆତଙ୍କବାଦୀ; ମୋଦି କହିଲେ-‘କାହାରିକୁ ଛଡ଼ାଯିବ ନାହିଁ’

ନୂଆଦିଲ୍ଲୀ, ୨୨।୪: ଏକ ଭୟଙ୍କର ଲକ୍ଷ୍ୟଭିତ୍ତିକ ଆତଙ୍କବାଦୀ ଘଟଣାରେ, ଇସଲାମିକ ଉଗ୍ରପନ୍ଥୀମାନେ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଆକ୍ରମଣ କରିଥିଲେ,...

‘ମୋଦିଙ୍କୁ ଯାଇ କହିବ,’ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳାଙ୍କୁ ଏମିତି କହିଲେ ପହଲଗାମ ଆକ୍ରମଣକାରୀ

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକର ଶିବମୋଗାର ଜଣେ ବ୍ୟକ୍ତି ମଙ୍ଗଳବାର ତାଙ୍କ ପରିବାର ସହ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଛୁଟି କାଟୁଥିବା ବେଳେ ଏକ ଆତଙ୍କବାଦୀ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ଅତିକମରେ ୨୪ ହିନ୍ଦୁ ପର୍ଯ୍ୟଟକ ମୃତ, ପୁଲିସ ସୂତ୍ରରୁ ମିଳିଲା ବଡ ସୂଚନା

ନୂଆଦିଲ୍ଲୀ, ୨୨।୪: ଏକ ବିନାଶକାରୀ ଆତଙ୍କବାଦୀ କାର୍ଯ୍ୟରେ, ପହଲଗାମ ନିକଟସ୍ଥ ବୈସାରଣ ମେଦୋରେ ବନ୍ଧୁକଧାରୀମାନେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଗୁଳି ଚଳାଇବାରେ ଅତିକମରେ ୨୪...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image