Advertisement

ଅନ୍ତିମ ସଂସ୍କାରର ଚାଲିଥିଲା ପ୍ରସ୍ତୁତ, ରାସ୍ତାର ଯାଉଥିବାବେଳେ ଗାତରେ ପଡିଗଲା ଆମ୍ବୁଲାନ୍ସ, ବଞ୍ଚିଗଲେ ବୃଦ୍ଧ

ନୂଆଦିଲ୍ଲୀ,୧୩।୧: ଦେଶରେ ସଡକ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ରାଜରାସ୍ତା ହେଉ କି ଜାତୀୟ ରାଜପଥ ରାସ୍ତା ବିପଜ୍ଜନକ ଅବସ୍ଥାରେ ଥିଲେ ଗାଡିମଟର ସନ୍ତଳନ ହରାଇବା ଯୋଗୁ ଡ୍ରାଇଭରଙ୍କ ସମେତ ଯାତ୍ରୀଙ୍କର ମଧ୍ୟ ପ୍ରାଣ ହରାଇଥାନ୍ତି। ତେବେ ଖାଲଖମା ଗାତରେ ଗାଡି ପଡିଯାଇ ମୃତବ୍ୟକ୍ତି ଜୀବନ ପାଇଛି ବୋଲି ଶୁଣିଛନ୍ତି କି? ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ତାଜୁବ ହୋଇଯିବେ।

ସୂଚନାଥାଉ କି, ୮୦ ବର୍ଷିୟ ବୃଦ୍ଧ ଦର୍ଶନ ସିଂହ ବରାଡଙ୍କୁ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପଟିଆଲାରୁ କରନାଲ ପାଖରେ ଥିବା ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ନିଆଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ରାସ୍ତାରେ ଏକ ଗାତରେ ପଡି ଯାଇଥିଲା। ଆଉ ଏହିକ୍ଷଣି ଆମ୍ବୁଲାନ୍ସରେ ଥିବା ବୃଦ୍ଧଙ୍କ ହୃତସ୍ପନ୍ଦନ ହଠାତ୍‌ ଚାଲିବାକୁ ଲାଗିଲା। ତାଙ୍କ ପାଖରେ ଥିବା ତାଙ୍କ ନାତିକୁ ସେ ହାତ ହଲାଇ ଡାକୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ଆମ୍ବୁଲାନ୍ସର କର୍ମଚାରୀ ସମେତ ନାତି ମଧ୍ୟ ତାଜୁବ ହୋଇଯାଇଥିଲେ। ଭୟ ଓ ଆଶଙ୍କାରେ ରହି ନିକଟସ୍ଥ ହସ୍ପିଟାଲକୁ ବୃଦ୍ଧଙ୍କୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ଜୀବିତ ଥିବା ଘୋଷଣା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share