Categories: ଖେଳ

ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳର ପ୍ରସ୍ତୁତି ଶିବିର

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ମହିଳା ଦଳ। ଦଳରେ ସାମିଲ ହେବାକୁ ଥିବା ୨୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହି ପ୍ରସ୍ତୁତି ଶିବିର ଅନୁଷ୍ଠିତ ହେଉଛି। ଦୃଷ୍ଟିବାଧିତ କ୍ରିକେଟ ସଙ୍ଗଠନ(କାଭି), କେଟି ଗ୍ଲୋବାଲ ସ୍କୁଲ ଏବଂ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ପକ୍ଷରୁ ମିଳିତ ଭାବରେ ଏହି ଶିବିର ଅନୁଷ୍ଠିତ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ଶିବିର ଜାନୁୟାରୀ ୬ ତାରିଖ ଯାଏ ଜାରି ରହିବ। ପ୍ରଥମ ଦିନର ପ୍ରସ୍ତୁତି ଶିବିରରେ କେଟି ଗ୍ଲୋବାଲ ସ୍କୁଲ ନିର୍ଦ୍ଦେଶକ ପୂର୍ଣ୍ଣାଶିଷ ରଥ ଓ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, ଓଡ଼ିଶା ମହିଳା ଦଳର କୋଚ୍‌ ଦେବାଶିଷ ଜେନା ଓ କାଭି ସଭାପତି ଏମ୍‌ଡି ଜାଫର ଇକ୍‌ବାଲ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାରେ ଦୃଷ୍ଟିବାଧିତ କ୍ରିକେଟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବାରୁ କେଟି ଗ୍ଲୋବାଲ ସ୍କୁଲ ଏବଂ ଆଇଆଇଜି ସ୍ପୋଟର୍‌ସ ଏକାଡେମୀକୁ ଧନ୍ୟବାଦ ଜଣାଇଛନ୍ତି ଜାଫର ଇକବାଲ୍‌।

Share