ମାନସ ପାରାୟଣ ନିମନ୍ତେ ପ୍ରସ୍ତୁତି ସଭା

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ରାମଦୟା ପରିଷଦ ଶାଖା ଆନୁକୂଲ୍ୟରେ ବଜାର ସିଂହଦ୍ଵାର ଛକଠାରେ ଆସନ୍ତା ଏପ୍ରିଲ ୧୮ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ନବଦିନାତ୍ମକ ଶ୍ରୀ ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରବିବାର ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବଡ଼ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ଗୋପାଳ ଜୀଉ ମଠ ପରିସରରେ ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ନବ ଦିନାତ୍ମକ ପ୍ରବଚନ କାର୍ଯ୍ୟକ୍ରମରେ ବିଶିଷ୍ଟ ମାନସ ପ୍ରବକ୍ତା ପଣ୍ଡିତ ଉମାକାନ୍ତ ମହାପାତ୍ର, ପଣ୍ଡିତ ବିଜୟ ରାଘବେନ୍ଦ୍ର ମହାରାଜ ଏବଂ ମହନ୍ତ କମଳଲୋଚନ ମହାରାଜଙ୍କୁ ନିମନ୍ତ୍ରଣ ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା। ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ  ପଣ୍ଡାଙ୍କୁ କମିଟିର କାର୍ଯ୍ଯକାରୀ ସଭାପତି ଏବଂ ହରିକୃଷ୍ଣ ପଣ୍ଡାଙ୍କୁ ସଭାପତି ଭାବେ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା। କାଳୁ ଚରଣ ପାଣିଗ୍ରାହୀ (କ) ଉପସଭାପତି, ଭାଗିରଥି ଚୌଧୁରୀ ସମ୍ପାଦକ, ପି. ଗୋବିନ୍ଦ ପାତ୍ର ସହସମ୍ପାଦକ ଏବଂ ଶିକ୍ଷକ କାଳୁଚରଣ ପାଣିଗ୍ରାହୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।

ସଭାରେ ଲକ୍ଷ୍ମୀ ନୃସିଂହ ମାର୍ଥା, ଜନାର୍ଦ୍ଦନ ପଣ୍ଡା, ସୁବାଷ ଚନ୍ଦ୍ର ପାଢ଼ୀ, ସତ୍ଯନାରାୟଣ ଦାଶ, ଲକ୍ଷ୍ମୀ ନାରାୟଣ ଦାଶ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସୁବାଷ ଚନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ପଟ୍ଟନାୟକ, ହରପ୍ରସାଦ ରଥ, ଏମ. ବାଇନାଥ, ଶ୍ଯାମାଚରଣ ମେକାପ, ସନ୍ତୋଷ ଚୌଧୁରୀ, ନରସିଂହ ପଣ୍ଡା, ଭୂବନେଶ୍ୱର ପଣ୍ଡା, ନୀଳମାଧବ ଗୌଡ, ହରିକୃଷ୍ଣ ସାହୁ, ବାଲ୍ମୀକି ବେହେରା, ବାବି ପୂଜାରୀ, ବିନୋଦ ଦାଶ ଓ ସନ୍ତୋଷ କୁମାର ପାଢ଼ୀ ଙ୍କ ସମେତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ...

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

ଖୋର୍ଦ୍ଧାରେ ମୁଖ୍ୟ ଶାସନ ସଚିବ: ସମୀକ୍ଷା କଲେ…

ଖୋର୍ଦ୍ଧା,୨୬।୪(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟ ଶାସନ ସଚିବ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରିଛନ୍ତି। ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ପହଞ୍ଚି କୃଷି ବିଭାଗର...

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

ପହଲଗାମ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ଶୁକ୍ରବାର ନୂଆପଡ଼ା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଗାୟତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image