ଜୀବିତ ଅବସ୍ଥାରେ ମୃତ୍ୟୁ ପାଇଁ ପ୍ରସ୍ତୁତ: ଗାଜାରେ ପିଲାମାନଙ୍କୁ ପିନ୍ଧାଯାଉଛି ସ୍ବତନ୍ତ୍ର ବ୍ରେସଲେଟ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଜେରୁଜେଲମ,୨୬।୧୦: ଯୁଦ୍ଧର ଭୟାବହତା ଏତେ ନିଷ୍ଠୁର ଯେ ମାନବ ଜୀବନର କୌଣସି ମୂଲ୍ୟ ନ ଥାଏ,ଯେଉଁମାନେ ମରନ୍ତି ସେମାନେ କେବଳ ସଂଖ୍ୟାରେ ପରିଣତ ହୁଅନ୍ତି। ଗାଜା ଷ୍ଟ୍ରିପରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଇସ୍ରାଏଲର ଗୁଳିରେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗାଜା ଅଞ୍ଚଳର ଲୋକଙ୍କୁ ପରିଚୟ ବିନା କବରରେ ପୋତି ଦିଆଯାଉଛି। ଜଣେ ପାଲେଷ୍ଟାଇନ ନାଗରିକ କହିଛନ୍ତି ଯେ, ମୃତଦେହକୁ ନାମ ବଦଳରେ ନମ୍ବର ଦେଇ ପୋତି ଦିଆଯାଉଛି। ବର୍ତ୍ତମାନ ଗାଜା ଅଞ୍ଚଳର କିଛି ପରିବାର ନିଜ ସମ୍ପର୍କୀୟଙ୍କୁ ସ୍ବତନ୍ତ୍ର ରଙ୍ଗର ବ୍ରେସଲେଟ ପିନ୍ଧିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ ବ୍ରେସଲେଟରୁ ଚିହ୍ନଟ କରାଯାଇପାରିବ।
ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ୧୪୦୦ ଜଣଙ୍କୁ ହତ୍ୟା କରିଥିଲେ। ଏହି ବର୍ବର ଆକ୍ରମଣର ଜବାବରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଆରମ୍ଭ କରି ଗାଜା ଷ୍ଟ୍ରିପ ଉପରେ ବୋମା ପକାଇବା ଆରମ୍ଭ କରିଛି। ଇସ୍ରାଏଲର ଆକ୍ରମଣ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପରେ ୬୫୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି।

Share