ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ):ଆସନ୍ତା ୧୦ ତାରିଖରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ୫ଦିନ ଧରି ଲାଗି ରହିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହି ବାସୀ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ ଶାନ୍ତି କମିଟି ବୈଠକ ମଙ୍ଗଳବାର ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରୋବେସନାରୀ ଆଇପିଏସ ମନୀଷ ସଗୁନ ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଥାନା ଆଇଆଇସି ସୁମିତ୍ରା ପାତ୍ର, ଏସଆଇ ଅନିରୁଦ୍ଧ ସ୍ବାଇଁ, ଜି ଅନନ୍ତ ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଥିଲାଗି ସମସ୍ତ ସାହି କମିଟିର ମତାମତ ଲୋଡ଼ିଥିଲା ପୋଲିସ। ଯାତ୍ରାରେ ଶବ୍ଦ ପ୍ରଦୂଷଣ ତଥା ଡିଜେକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯାତ୍ରା ସମୟରେ କୌଣସି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ସମସ୍ତ ସାହି ଯାତ୍ରା ପୂର୍ବରୁ ସାଉଣ୍ଡ ପରିମିଶନ ଆଣିବାକୁ କୁହାଯାଇଛି। ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନି ଦିଆଯାଇଥିଲା। ଯାତ୍ରା ସମୟରେ ସବୁ ମଦ ଦୋକାନ ବନ୍ଦ କରାଯିବା ନେଇ ଆଲୋଚନା ହୋଇଥିଲା। ଯଦି କୌଣସି ଲୋକ ମଦ୍ୟପାନ କରି ବିଶୃଙ୍ଖଳା କରେ ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାର ଯାତ୍ରା ଦିନ କୌଣସି ବାଇକ କିମ୍ବା ଚାରି ଚକିଆ ଯାନ ବଜାର ମଧ୍ୟକୁ ପ୍ରବେଶ କରିବ ପାରିବ ନାହିଁ। ଏଥିପାଇଁ ବିଭିନ୍ନ ଗଳି ରାସ୍ତା ସିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ ସାହି ଦୋଳ ବିମାନ ଯାତ୍ରା ସ୍ଥଳୀ ଠାରେ ପହଞ୍ଚତ୍ବେ। ଦୋଳ ବିମାନ ଯିବା ସମୟରେ ପ୍ର୍ଯଯେକ ସାହି ସହ ପୋଲିସ ମୂତୟନ କରାଯିବ। ପ୍ରକାଶ ଯୋ୍ଯଯ ଏହି ଦୋଳଯାତ୍ରାରେ ବାରଟି ୱାର୍ଡର ପ୍ରାୟ ଷୋହଳ ମେଢ଼ ସ୍ଥାନ ପାଇବ। ସମସ୍ତ ସାହିର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବିରଜାମାନ କରାଯାଇ ଠାକୁର ବଜାରରେ ପହଞ୍ଚତ୍ବା ପରେ ବଜାର ଯାତ୍ରା ଅନୁଷ୍ଠିତ ହେବ। ତାହାର ପୂର୍ବ ଦିନ ସାହି ଯାତ୍ରା। ସାହି ଯାତ୍ରା ସମୟରେ ମଧ୍ୟ ପୋଲିସ ମୂତୟନ ହେବେ ବୋଲି ଥାନା ପୋଲିସ ପକ୍ଷରୁ କୁହାଯାଇଛି। ସାହି କମିଟି ପକ୍ଷରୁ ଗୌରୀ ଶଙ୍କର ବାରିକି, ବଡ଼ସାହି ଯାତ୍ରା ପରିଚାଳନା କମିଟି ସଭାପତି କାର୍ତ୍ତିକ ତରାଇ, ଶିବରାମ ଜେନା, କୈଳାଶ ସାହୁ, ମଦନ ପାଢ଼ୀ, ନୀଳାଞ୍ଚଳ ବାରିକି, ଅଜୟ ବାରିକି, ରାମଚନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା, ନିରଞ୍ଜନ ପରିଡା, କାମା ରେଡି, ପପୁ ମହାନ୍ତି, ଶୋନୁ ପାଢ଼ୀଙ୍କ ସମେତ ସମସ୍ତ ସାହିର କମିଟି ସଭ୍ୟ ଉପସ୍ଥିତ ଥିଲେ।