ବାତ୍ୟା ପାଇଁ ପ୍ରସ୍ତୁତି: ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗାକୁ ସୁରକ୍ଷିତ ରଖିବାକୁ….

ଛତ୍ରପୁର,୨୧।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି l ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି l ସାଗରମିତ୍ରମାନେ ଗାଁକୁ ଗାଁ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିବା ସହ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରିଛନ୍ତି l ସୋମବାରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି ଏହା ସହିତ ନିଜ ଡଙ୍ଗା, ଜାଲ ଆଦିକୁ ସୁରକ୍ଷିତ ଭାବେ ବାନ୍ଧି ରଖିବା ପାଇଁ କୁହାଯାଇଛି।
ଅନ୍ୟପକ୍ଷେ ସମୁଦ୍ର ଭିତରକୁ ମାଛ ମାରିବାକୁ ନ ଯାଇପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଭୟଭୀତ ଅବସ୍ଥାରେ ରହିଥିବା ମତ୍ସ୍ୟଜୀବୀ କହିଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

Share