ଜିନପିଙ୍ଗଙ୍କୁ ତୃତୀୟଥର ଶାସନ ଭାର ଦେବାକୁ ପ୍ରସ୍ତୁତି, ବେଜିଂରେ ସୁରକ୍ଷା କଡାକଡି ୧୪ ଲକ୍ଷରୁ ଅଧିକ ଲୋକ ଗିରଫ

ବେଜିଂ,୧୯ ।୧୦: ଚାଇନାରେ ଚଳିତ ସପ୍ତାହରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ତମ ଅଧିବେଶନ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଏଥିରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତୃତୀୟ ଥର ଲାଗି ଲଗାତର ଶାସନ ଡୋର ଦିଆଯିବ । ଏଥିପାଇଁ ବେଜିଂ ସଡ଼କରେ ପ୍ରତି ୧୦୦ ଫୁଟ ଦୂରତାରେ ସୁରକ୍ଷା ସ୍ୱୟଂସେବକଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଜୁନ ଶେଷ ବେଳକୁ ସାରା ଦେଶରୁ ପ୍ରାୟ ୧୪ ଲକ୍ଷରୁ ଅଧିକ ସନ୍ଦିଗ୍ଧଙ୍କୁ ଜେଲ ପଠାଇ ଦିଆଯାଇଛି । ଫଳରେ ସିଙ୍କୁ କେହି ବିରୋଧ କରିପାରିବେ ନାହିଁ ।
ଅଧିବେଶନ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ବେଜିଂରେ ଏହି ଅଧିବେଶନ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ କରୋନା ସଂକ୍ରମିତ ଅଞ୍ଚଳକୁ ଗସ୍ତ କରିଥିବା ଜଣେ ବି ବ୍ୟକ୍ତିଙ୍କୁ ସହରରେ ପ୍ରବେଶ କରାଇ ଦିଆଯିବ ନାହିଁ । ଏହାସହ ଅଧିକାରୀଙ୍କୁ ସେଭଳି ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ଯେଉଁମାନେ ସରକାରଙ୍କ ବିରୋଧରେ କୌଣସି ପ୍ରକାର ଷଡଯନ୍ତ୍ରରେ ସଂମ୍ପୃକ୍ତ ଥିବେ ।
ଏହାସହ ଅଧିକାରୀଙ୍କୁ ମେଲ କରୁଥିବା ସମସ୍ତ ବ୍ୟକ୍ତିଙ୍କ ଆଇଡି ଯାଞ୍ଚ କରାଯିବ । ସି ଜିନିପିଙ୍ଗଙ୍କ ତୃତୀୟ ଥର ଶାସନ କ୍ଷମତା ହାସଲ କରିବାକୁ ନେଇ ସାରା ବେଜିଂକୁ ଏକ କିଲାରେ ପରିଣତ କରାଯାଇଛି । ଫଳରେ ଅଧିବେଶନ ସମୟରେ ଯେମିତି କୌଣସି ପ୍ରକାର ଅସୁବିଧା ଦେଖା ନ ଯାଏ । ଲି ୱେନଗେ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଯେ ପର୍ଯ୍ୟନ୍ତ ଅଧିବେଶନ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ ଅତିରିକ୍ତ ସ୍ୱୟଂସେବକଙ୍କ ଉପସ୍ଥିତି ବି ରହିବ ।

Share