Categories: ଜାତୀୟ

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ, ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ।

ଏନେଇ ଦାଖଲ ହୋଇଥିବା ସିଭିଲ୍‌ ସୁଟ୍‌ରେ ଉଲ୍ଲେଖ କରାଯାଇଛି ଯେ, କୁତବ୍‌ ମିନାର ପରିସରରେ ଜୈନ ତୀର୍ଥଙ୍କର ପ୍ରଭୁ ରିଶଭ ଦେବଙ୍କ ମୂର୍ତ୍ତି ସହିତ ପ୍ରଭୁ ବିଷ୍ଣୁଙ୍କର ମୂର୍ତ୍ତି ମଧ୍ୟ ରହିଥିଲା। ଏହାର ପରିସର ମଧ୍ୟରେ ଥିତ୍ବା କ୍ୱୟତ୍‌-ଉଲ୍‌-ଇସଲାମ୍‌ ମସଜିଦ୍‌ ମଧ୍ୟରେ ଏସବୁ ମୂର୍ତ୍ତି ଥିବା ଆବେଦନ ପତ୍ରରେ ଦର୍ଶାଯାଇଛି।

କୋର୍ଟ କହିଛନ୍ତି ଯେ, ୧୯୯୧ ଉପାସନା ପୀଠ ଅଧିନିୟମ (ପ୍ଲେସ୍‌ ଅଫ୍‌ ଓ୍ବରଶିପ୍‌ ଆକ୍ଟ)ର ଧାରା ୭ର ୧୧-କ ଅନୁସାରେ ସ୍ଥିତାବସ୍ଥା ବଜାୟ ରଖାଯିବା ଆବଶ୍ୟକ ବୋଲି ସିଭିଲ୍‌ ଜଜ୍‌ ନେହା ଶର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି।

୧୧୯୮ରେ ମୋଗଲ ରାଜା କୁତ୍‌ ବୁଦ୍ଦିନ୍‌ ଆଇବାକ୍‌ ଏଠାରେ ଥିବା ୨୭ ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗି କୁତବ୍‌ ମିନାରର ନିର୍ମାଣ କରିଥିବା ଆବେଦନ ପତ୍ରରେ ଦର୍ଶାଯାଇଛି।

Share