ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୭ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୧।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ସ୍ବାଭିମାନ ସୁରକ୍ଷା ମଞ୍ଚର ଆବାହକ ସୁରେଶ ରାଓଙ୍କ ନେତୃତ୍ୱରେ ଶୁକ୍ରବାର ୧୭ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପଦ୍ମନାଭ ପୁରୋହିତଙ୍କୁ ପ୍ରଦାନ କରାଯାଇଛି।

ଏଥିରେ ଚାଷୀଙ୍କ ମଣ୍ଡି ସମସ୍ୟାଠାରୁ ଆରମ୍ଭ କରି କିପରି ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏପରିକି ଚାଷୀଙ୍କୁ ଧାନ, କପାର ଉଚିତ ମୂଲ୍ୟ ଦେବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସୁରେଶ ରାଓ ଚେତାବନୀ ଦେଇଛନ୍ତି।

ଦାବି ପତ୍ର ପ୍ରଦାନ ବେଳେ ଉତକେଲା ସରପଞ୍ଚ ନରେନ୍ଦ୍ର ମାଝୀ, ଦେବେନ୍ଦ୍ର ଭୁଜବଲ, ତରୁଣ ସିଂ, କେଦାର ସେଠି, କମଲେଶ ବିଶ୍ବାଳ, ଟୁକୁରାମ ସାହୁ, ପ୍ରମୋଦ ଭୋଇ, କିଶୋର ଭୋଇ ପ୍ରମୁଖଙ୍କ ସହ ସ୍ଥାନୀୟ ଚାଷୀ ଅଂଶଗ୍ରହଣ କରିଥିଲେ।