ଶ୍ରୀଲଙ୍କାରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ, ଭାରତ-ଚାଇନା ହସ୍ତକ୍ଷେପରୁ ଦୂରେଇ ରହିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ…

କଲମ୍ବୋ, ୩୦।୮ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ମଙ୍ଗଳବାର କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ବେଲଆଉଟ୍‌ ପ୍ୟାକେଜ ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ସେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଯାହା ଦ୍ୱାରା ରାଜସ୍ବ ବୃଦ୍ଧି ତଥା ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟରେ ପୀଡିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇ ପାରିବ। ରାଷ୍ଟ୍ରପତି ୱିକ୍ରେମସିଂଘେ ମଧ୍ୟ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ସଂସଦକୁ କହିଛନ୍ତି ଯେ ମଧ୍ୟବର୍ତ୍ତୀ ବଜେଟ ଦେଶରେ ଆର୍ଥିକ ଢାଞ୍ଚା ବଦଳାଇବା ପାଇଁ ମୂଳଦୁଆ ପକାଇବ।

ସେ କହିଛନ୍ତି ଯେ ଆମ ଦେଶକୁ ଋଣ ସହାୟତା ପ୍ରଦାନ କରୁଥିବା ପ୍ରମୁଖ ଦେଶମାନଙ୍କ ସହ ଋଣ ପୁନର୍ଗଠନ ଉପରେ ଆଲୋଚନା କରାଯିବ। ମିଳିତ ଜାତିସଂଘ, ପ୍ରମୁଖ ଆନ୍ତର୍ଜାତୀୟ ସଂଗଠନଗୁଡ଼ିକର ସହଯୋଗରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏକ ଆଇଏମଏଫ ଟିମ ବର୍ତ୍ତମାନ ଶ୍ରୀଲଙ୍କାରେ ରହି ଏହି ବେଲଆଉଟ୍‌ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି, ଯାହା ଦେଶର ସାଂପ୍ରତିକ ଅର୍ଥନୈତିକ ସଙ୍କଟର ପ୍ରତିକାର ହୋଇପାରେ।

ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବା ଏବଂ ଶକ୍ତିଶାଳୀ ଅର୍ଥବ୍ୟବସ୍ଥାକୁ ହସ୍ତକ୍ଷେପର ସାଧନ ରୂପେ ବ୍ୟବହାର ନକରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ମଙ୍ଗଳବାର ସମସ୍ତ ଦଳଙ୍କୁ ଏକତା ସରକାରରେ ଯୋଗ ଦେଇ ମିଳିତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି। ଦେଶର ହମ୍ବନଟୋଟା ବନ୍ଦରରେ ଏକ ଉଚ୍ଚ-ବୈଷୟିକ ଚାଇନାର ଜାହାଜକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ କଥାବାର୍ତ୍ତା ପରେ କିଛି ଦିନ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି।

Share