Categories: ଜାତୀୟ

ଅଜନ୍ତା ଗୁମ୍ଫାର ଚିତ୍ର ସଂରକ୍ଷଣ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମାଇବା ଆବଶ୍ୟକ…

ମୁମ୍ବାଇ, ୨୫।୮ : ଭାରତର ବରିଷ୍ଠ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧିକାରୀ ଡ. ମିଲନ କୁମାର ମହାରାଷ୍ଟ୍ରର ବିଶ୍ୱ ପ୍ରସିଦ୍ଧ ଅଜନ୍ତା ଗୁମ୍ଫା ପରିଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ସୀମିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଯାହା ଦ୍ୱାରା ସେଠାରେ ଥିବା ଚିତ୍ରଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ। ଏହି ଲୋକପ୍ରିୟ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ୩୦ ଟି ପଥର କଟା ୩୦ଟି ବୌଦ୍ଧ କଳାକୃତି ରହିଛି। ଔରଙ୍ଗାବାଦର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଏହା ଅବସ୍ଥିତ।

ଗୁମ୍ଫାରେ ଥିବା ପୁରାତନ ଚିତ୍ରଗୁଡ଼ିକ ଉପରେ ଖରାପ ପ୍ରଭାବ ପଡୁଥିବାରୁ ଏଭଳି କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଗୁମ୍ଫା ଭିତରକୁ କେବଳ ୪୦ ଜଣ ପର୍ଯ୍ୟଟକଙ୍କୁ ୧୦ ମିନିଟ ପାଇଁ ପଠାଯିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।

Share