Categories: ଜାତୀୟ

ଦେଶବାସୀଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୩: ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାଶିବରାତ୍ରୀ ସମଗ୍ର ମାନବ ଜଗତ ପାଇଁ କଲ୍ୟାଣକାରୀ ହେଉ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ମହାଶିବରାତ୍ରୀର ପବିତ୍ର ଉତ୍ସବ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ୍‌ କରି ମହାଦେବଙ୍କ କୃପା ସମସ୍ତ ପ୍ରାଣୀଙ୍କ ଜୀବନରେ ସୁଖ, ଶାନ୍ତି, ସୌଭାଗ୍ୟ ଭରିଦେଉ ବୋଲି କାମନା କରିଛନ୍ତିି।

Share