ଇସ୍ତାନବୁଲ, ୨୮।୨ସୋମବାର ତୁର୍କୀର ପୂର୍ବାଞ୍ଚଳରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି। ମାଲାତ୍ୟାର ୟେସିଲ୍ୟୁର୍ଟ ଜିଲାରେ ଭୂକମ୍ପର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଗତ ୬ ତାରିଖରେ ଭୟାବହ ଭୂକମ୍ପରେ ଭାଙ୍ଗିଯାଇଥିବା ବିଲ୍ଡିଂର ଆଉକିଛି ଅଂଶ ସଦ୍ୟ ଭୂକମ୍ପ ପ୍ରଭାବରେ ଭୂଶୁଡ଼ିପଡ଼ିଛି। କିଛି ଅଞ୍ଚଳରେ ରେସ୍କ୍ୟୁ ଅପରେଶନ୍ ଚାଲିଥିବାବେଳେ ଭୂକମ୍ପ ଅନୁଭୂତ ହେବାପରେ ଉଦ୍ଧାରକାରୀ ଦଳ ସ୍ଥାନ ଛାଡ଼ି ସୁରକ୍ଷିତ ଜାଗାକୁ ଚାଲିଯାଇଥିଲେ। ସୋମବାର ରାଷ୍ଟ୍ରପତି ଇର୍ଡୋଗାନ ତୁର୍କୀ ଦକ୍ଷିଣ-ପୂର୍ବାଞ୍ଚରେ ଥିବା ଅଦିୟମାନ ପରିଦର୍ଶନ କରିଥିଲେ। ଖରାପ ପାଗ ପାଇଁ ସେଠାରେ ରେସ୍କ୍ୟୁ କାର୍ଯ୍ୟ ବିଳମ୍ବ ହେଉଥିବା ଯୋଗୁ ସ୍ଥାନୀୟ ଲୋକଙ୍କୁ ସେ କ୍ଷମା ମାଗିଥିଲେ।