Categories: ଜାତୀୟ

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ବିଲ୍‌, ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୮: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଭାରତ ସରକାରଙ୍କ ବିଜ୍ଞପ୍ତିରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରିବାକୁ ସୂଚନା ଦିଆଯାଇଛି। ଅଗଷ୍ଟ ୭ରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦରେ ଦିଲ୍ଲୀ ସେବା ବିଲ ପାରିତ ହୋଇଥିଲା।

Share