Categories: ଜାତୀୟ

ଆଜିଠୁ ୪ ଦିନିଆ କେରଳ ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ୪ ଦିନିଆ କେରଳ ଗସ୍ତରେ ଯିବେ। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ମଙ୍ଗଳବାର କୁନ୍ନୁରରେ ପହଞ୍ଚିବା ପରେ ସେଠାରେ କସାରଗୋଡ଼ ସେଣ୍ଟ୍ରାଲ ୟୁନିଭର୍ସିଟିର ପଞ୍ଚମ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ।ଏହି କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ଯୋଗ ଦେବେ । ଏହାପରେ ବୁଧବାର କୋଚି ଗସ୍ତ କରି ସକାଳ ୯.୩୦ରେ ସାଉଥ ନାଭାଲର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ ୨୩ ତାରିଖ ସକାଳ ୧୧.୩୦ରେ ସେ ପି.ଏନ ପାନିକ୍କର ଫାଉଣ୍ଡେସନର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଜନସଭାରେ ଉଦବୋଧନ ଦେବେ। ଏହାପରେ ୨୪ ତାରିଖ ଦିନ ସେ ରାଜଧାନୀ ଦିଲ୍ଲୀକୁ ଫେରିବେ ବୋଲି ଜଣାପଡ଼ିଛି ।

Share