ରାଷ୍ଟ୍ରପତି ଭବନ ହିଂସାକାଣ୍ଡ: ୪୦ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କଲେ ଲୁଲା…

ବ୍ରାସିଲିଆ,୧୮।୧ : ଜାନୁଆରୀ ୮ ରେ ସରକାରୀ ଅଟ୍ଟାଳିକାକୁ ନଷ୍ଟ କରିବା ଏବଂ ହିଂସା ଘଟଣାରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ସେ ରାଷ୍ଟ୍ରପତିଙ୍କ ବାସଭବନରେ ମୁତୟନ ଥିବା ୪୦ ଜଣ ସୁରକ୍ଷାର୍କମୀଙ୍କୁ ନିଲମ୍ବିତ କରିଛନ୍ତି।

ତାଙ୍କ ନିଷ୍ପତ୍ତି ସରକାରଙ୍କ ସରକାରୀ ଗେଜେଟରେ ପ୍ରକାଶ ପାଇଛି ଏବଂ ବ୍ରାଜିଲର ଅଭିଯୋଜକ ଜେନେରାଲ ୩୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ନିବ;ାଚନରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପରାଜୟ ନେଇ ବିକ୍ଷୋଭକାରୀମାନେ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲେ।

ତେବେ ରାଷ୍ଟ୍ରପତିଙ୍କ ବାସଭବନରେ ଜଗି ରହିଥିବା ସୁରକ୍ଷାର୍କମୀମାନଙ୍କ ସ୍ଥାନରେ କେଉଁମାନେ ଅବସ୍ଥାପିତ ହେବେ ସେନେଇ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ। ଆଲଭୋରାଡା ପ୍ରାସାଦକୁ ଜଗିଥିବା ଅଧିକାଂଶ ସୁରକ୍ଷାକର୍ମୀ ସେନାର। କିନ୍ତୁ କେତେକ ନୌସେନା, ବାୟୁସେନା ଏବଂ ସୈନ୍ୟବାହିନୀର ପୋଲିସ ଫୋର୍ସର ସଦସ୍ୟ ମଧ୍ୟ ଥିଲେ।

Share