Categories: ଜାତୀୟ

ଖରାପ ପାଗ ଯୋଗୁ ଯୁଦ୍ଧ ସ୍ମାରକୀ ଗଲେନି ରାଷ୍ଟ୍ରପତି…

ଶ୍ରୀନଗର,୨୬।୭: ଖରାପ ପାଗ ଯୋଗୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡ୍ରାସ୍‌ସ୍ଥିତ କାରଗୀଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିପାରି ନାହାନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରାଯାଇଛି। କାରଗୀଲ୍‌ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କାର୍ଯ୍ୟକ୍ରମ ଥିଲା। ରାଷ୍ଟ୍ରପତି ଗୁଲମାର୍ଗ ଗସ୍ତ କରିବା ସହିତ ସେଠାରେ ଭାରତୀୟ ଯବାନଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ରାଷ୍ଟ୍ରପତି ବାରମୁଳା ସ୍ଥିତ ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଥିଲେ। ଜୁଲାଇ ୨୭ରେ ରାଷ୍ଟ୍ରପତି ଶ୍ରୀନଗରସ୍ଥିତ କଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୁଲାଇ ୨୮ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।

Share