Categories: ଜାତୀୟ

ଭୋପାଳ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ,୩।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ସେ ରାଜା ଭୋଜ ବିମାନବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ସେ ସିଧା ରବିନ୍ଦ୍ର ଭବନ ଗସ୍ତ କରିବେ।
ସୂଚନାଯୋଗ୍ୟ, ଉନ୍ମେଷ ଉତ୍ସବ ହେଉଛି ଏସିଆର ସର୍ବବୃହତ ସାହିତ୍ୟ ସମ୍ମିଳନୀ। ଏହି ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅଧୀନରେ ବହୁଭାଷୀ କବିତା ପାଠ, ଲେଖା ଶିକ୍ଷା, ଆଦିବାସୀ କବି ସମ୍ମିଳନୀ, ସାହିତ୍ୟର ବିଷୟବସ୍ତୁ ଉପରେ ଆଲୋଚନା, ସ୍ବାଧୀନତାର ଅମୃତ ମହୋତ୍ସବ ଉପରେ କବିତା ପାଠ ଏବଂ ସାହିତ୍ୟର ଉନ୍ନତି ସହ ଜଡିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯିବ। ଏହା ସହିତ ସାହିତ୍ୟ ଏକାଡେମୀ ଏବଂ ଅନ୍ୟାନ୍ୟ ପ୍ରକାଶକଙ୍କ ପୁସ୍ତକ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ପୁସ୍ତକ ମେଳାରେ ବିକ୍ରି ପାଇଁ ଉପଲବ୍ଧ ହେବ। ଉତ୍ସବ ସମୟରେ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ବିଶିଷ୍ଟ ଲେଖକଙ୍କ ଉପରେ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ ହେବ।

Share