ନୂଆଦିଲ୍ଲୀ,୧୬।୧୦: ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସଫଳ ମୋତିଆବିନ୍ଦୁ ଅପରେଶନ କରାଯାଇଛି। ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ତାଙ୍କ ଅପରେସନ ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ଏଥି ସହିତ ଆର୍ମି ହସ୍ପିଟାଲରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ୧୧.୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଏବଂ ରେଫରାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଅପରେସନ ହୋଇଥିଲା। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ ରାଷ୍ଟ୍ରପତି ମୁର୍ମୁଙ୍କ ଆଖିରେ ଅପରେସନ କରିଥିଲେ, ଯାହା ସଫଳ ହୋଇଥିଲା। ଏହା ପରେ ତାଙ୍କୁ ଦିନ ୧.୩୦ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।