Categories: ଜାତୀୟ

ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି । ଦେଶ ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳନ କରିଥାଏ । ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରଥମ ଟୁଇଟରେ ଲେଖିଛନ୍ତି, କାରଗିଲ ବିଜୟ ଦିବସ ଆମ ସେନାଙ୍କ ଅସାଧାରଣ ବୀରତା, ପରାକ୍ରମ ଓ ଦୃଢ ସଂକଳ୍ପର ପ୍ରତିକ । ଭାରତ ମାତାର ରକ୍ଷା ପାଇଁ ନୀଜ ପ୍ରାଣବଳୀ ଦେଉଥିବା ସମସ୍ତ ବୀର ସେନାଙ୍କୁ ମୁଁ ସଲମ କରୁଛି । ସମସ୍ତ ଦେଶବାସୀ ସେମାନଙ୍କ ଓ ସେମାନଙ୍କ ପରିବାର ପାଖରେ ଋୁଣି ରହିବେ । ଜୟ ହିନ୍ଦ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି କାରଗିଲ ବିଜୟ ଦିବସ ଅବସରରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ମୋଦି ଟୁଇଟରେ ଲେଖିଛନ୍ତି କାରଗିଲ ବିଜୟ ଦିବସ ଭାରତ ମାଆର ଗର୍ବ ଓ ଗୌରବର ପ୍ରତିକ । ଏହି ଅବସରରେ ମାତୃଭୂମିର ସୁରକ୍ଷାରେ ପରାକ୍ରମର ପରାକାଷ୍ଠା ଦେଖାଇଥିବା ଦେଶର ସମସ୍ତ ସାହାସି ସୁପୁତ୍ରଙ୍କୁ ମୋର ଶତ ଶତ ପ୍ରଣାମ । ଜୟ ହିନ୍ଦ ।
ଏହାସହ ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

Share