ନୂଆଦିଲ୍ଲୀ,୨୯।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍ଘାଟନ କରିଛନ୍ତି। ପରେ ରାଷ୍ଟ୍ରପତି ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ। ଏଠାରେ ଲାଗିଥିବା ଫୁଲ ଦେଖି ଉପଭୋଗ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ।
ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ୩୧ ଜାନୁଆରୀ ୨୦୨୩ ରୁ ୨୬ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ। ଏହି ଉଦ୍ୟାନ ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ପ୍ରତ୍ୟେକ ସୋମବାର ଅମୃତ ଉଦ୍ୟାନ ବନ୍ଦ ରହିବ।
କେନ୍ଦ୍ର ସରକାର ଶନିବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ ଅମୃତ ଉଦ୍ୟାନ ରଖିଥିଲେ। ଭାରତ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାାନକୁ ପରିବର୍ତ୍ତନ କରିଛନ୍ତି।