ନୂଆଦିଲ୍ଲୀ,୧୫।୧୧: ଆଜିଠୁ ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ଶାହଦୋଲରେ ଆୟୋଜିତ ହେବାକୁ ଥିବା ଆଦିବାସୀ ଗର୍ବ ଦିବସ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭୋପାଳରରେ ଦୁଇଟି ପ୍ରକଳ୍ପର ଭର୍ଚୁଆଲ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ବୁଧବାର ଭର୍ଚୁଆଲରେ ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ଯୋଗଦେବେ ବୋଲି ସୂଚନା ମିଳିଛି।