ରାଷ୍ଟ୍ରପତିଙ୍କ ଅପେକ୍ଷାରେ ଜନ୍ମମାଟି

ବାରିପଦା ଅଫିସ,୪ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତକୁ ନେଇ ରାଇସିନାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରଶାସନ ତତ୍ପର ହୋଇପଡ଼ିଛି। ସମଗ୍ର ମୟୂରଭଞ୍ଜବାସୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷାରେ ରହିଛନ୍ତି।
ଗୁରୁବାର ପୂର୍ବାହ୍ନ ୧୦ଟା୪୦ରେ ରାଷ୍ଟ୍ରପତି ଶାଶୁଘର ପାହାଡ଼ପୁରରେ ପହଞ୍ଚତ୍ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଦିବାସୀଙ୍କ ପୂଜାସ୍ଥଳ ଗୋଷାଣି ଯିବାର କାର୍ଯ୍ୟକ୍ରମ ରହିଛି। ପରେ ନାବାର୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ସ୍କୁଲର ଏକ କମ୍ୟୁନିଟି ସେଣ୍ଟର ଏବଂ ଏଲ୍‌ଆଣ୍ଡଟି କମ୍ପାନୀ ପକ୍ଷରୁ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ। ଏହା ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ସହିତ ସମୟ ଅତିବାହିତ କରିବେ। ମଧ୍ୟାହ୍ନ ୧୨ଟା୩୦ରେ ହାଟବାଦଡ଼ାସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ ସେଣ୍ଟରକୁ ଯାଇ ଏଡିକ୍ସନ ଫ୍ରି ସେଣ୍ଟର(ନିଶାମୁକ୍ତ ଓଡ଼ିଶା) କାର୍ଯ୍ୟକ୍ରମ ପ୍ରଚାରକୁ ଉଦ୍‌ଘାଟନ କରିବେ। ଅପରାହ୍ନ ୧ଟାରେ ବାହାରି ରାଇରଙ୍ଗପୁରସ୍ଥିତ ବଙ୍ଗଳାରେ ପହଞ୍ଚତ୍ ମଧ୍ୟାହ୍ନଭୋଜନ କରି ସେଠାରେ ବିଶ୍ରାମ ନେବେ। ଅପରାହ୍ନ ୪ଟାରେ ସୁନାରାମ ସୋରେନଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୪ଟା ୨୫ରେ ବଡ଼ବନ୍ଧଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବେ। ୪ଟା୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୪ଟା ୪୫ରେ ରାଇରଙ୍ଗପୁର ମ୍ୟୁନସିପାଲିଟି ଅଫିସକୁ ପରିଦର୍ଶନରେ ଯିବାସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୫ଟାରେ ରାଇରଙ୍ଗପୁର ଷ୍ଟାଡିୟମରେ ପହଞ୍ଚତ୍ ମ୍ୟୁନସିପାଲିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୬ଟା୧୫ରେ ମହୁଲଡିହା ବଙ୍ଗଳା ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପହଞ୍ଚତ୍ବା ପରେ ୬ଟା୩୦ରୁ ୭ଟା୩୦ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରେ ରାତ୍ରିଭୋଜନ କରିବା ସହ ସେହି ବଙ୍ଗଳାରେ ବିଶ୍ରାମ ନେବେ ା
୫ତାରିଖ ସକାଳ ୭ଟା୫୫ରେ ରାଇରଙ୍ଗପୁର ବାସଭବନରେ ପହଞ୍ଚତ୍ବା ପରେ ୮ଟା ୪୦ରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ୯ଟା୧୫ରେ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୦ଟାରେ ଯଶିପୁର ହେଲିପ୍ୟାଡରେ ଅବତରଣ କରିବେ। ପରେ ସ୍ବତନ୍ତ୍ର ଗାଡ଼ିରେ ସଡ଼କ ପଥରେ ଶିମିଳିପାଳ ବୁଲିବା ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୨ଟା୩୦ରେ ବାହାରି ୪ଟା୩୦ରେ ଯଶିପୁର ହେଲିପ୍ୟାଡରେ ପହଞ୍ଚତ୍ବା ପରେ ବାରିପଦା ଅଭିମୁଖେ ଯାତ୍ରା କରିବେ। ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚତ୍ ଗେଷ୍ଟ ହାଉସରେ ରହିବେ। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରେ ରାତ୍ରିଯାପନ କରିବେ। ୬ତାରିଖ ସକାଳ ୯ଟା୪୦ରେ ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ମହାରାଜାଙ୍କ ପ୍ରତିମୂର୍ର୍ତ୍ତିିରେ ମାଲ୍ୟାର୍ପଣ କରିବେ। ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପିଭିଟିଜିଏସ ପରେ ୧୧ଟା୧୫ରୁ ୧୨ଟା୧୫ ପର୍ଯ୍ୟନ୍ତ ୧୨ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri