ପ୍ରୋଟୋକଲ୍‌ ଭାଙ୍ଗି ବଡଦାଣ୍ଡରେ ଚାଲିଲେ, ତଳେ ବସି କଦଳୀ ପତ୍ରରେ ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୦।୧୧: ଦେଶର ସର୍ବୋଚ୍ଚ ପଦରେ ଅଳଙ୍କୃତ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ପରେ ସେ ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି।

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜଭବନରେ ରାଷ୍ଟ୍ରପତିଙ୍କ ଲାଗି ମହାପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ସେ ସେଠାରେ ନିଜ ପରମ୍ପରାକୁ ନଭୁଲି ଗଜପତିଙ୍କ ପରିବାର ସହ ତଳେ ବସି ମହାପ୍ରସାଦ ସେବନ କରିଥିଲେ। ତେବେ ସେ ନିଜକୁ ଜଣେ ଖାଣ୍ଟି ଓଡ଼ିଆର ନିଦର୍ଶନ ଦେଇଥିବା ନେଇ କୁହାଯାଉଛି।

Share