ଗୁଆହାଟି,୮।୪: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପାଇଲଟ ବେଶରେ ନଜର ଆସିଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କର ପାରମ୍ପରିକ ପୋଷାକ ଶାଢି ସ୍ଥାନରେ ଏୟାରଫୋର୍ସ ପାଇଲଟଙ୍କ ପୋଷାକ ପିନ୍ଧିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଆସାମର ତେଜ ଏୟାରଫୋର୍ସ ଷ୍ଟେଶନରେ। ଏଠାରେ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇରେ ଉଡିଥିଲେ।
ଯୁଦ୍ଧ ବିମାନ ସୁଖୋଇରେ ଉଡିବାର କିଛି ସମୟ ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ତେଜପୁର ଷ୍ଟେଶନରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା। ଏହାସହ ଦ୍ରୌପଦୀ ମୁର୍ମୁ ବାୟୁସେନା ବିମାନରେ ଉଡିଥିବା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇଯାଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇରେ ଉଡିଥିଲେ।
#WATCH | President Droupadi Murmu lands at Tezpur Air Force Station, Assam after taking a sortie in the Sukhoi 30 MKI fighter aircraft pic.twitter.com/xRnjERbEnv
— ANI (@ANI) April 8, 2023