Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୟୁପିରେ ବଦଳିଲା ସମୀକରଣ

ଲକ୍ଷ୍ନୌ,୯।୭ : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁୁ ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହି ଅବସରରେ ଭାଜନା ସ ସହଯୋଗୀଙ୍କ ଦଳରୁ ସମର୍ଥନ ପାଇଁ ମୁର୍ମୁଙ୍କ ଲାଗି ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ସୁଭାସପା ମୁଖ୍ୟ ଓମ୍‌ ପ୍ରକାଶ ରାଜଭର, ଏସ୍‌ପି ବିଧାୟକ ଶିବପାଲ ଯାଦବ, ଜନସତା ଦଳର ନେତା ରଘରାଜ ପ୍ରତାପ ସିଂହ(ରାଜା ଭୈୟା) ଓ ବିଏସ୍‌ପିର କିଛି ନେତୃବୃନ୍ଦ ସାମିଲ ହୋଇଥିଲେ। ରାତ୍ରି ଭୋଜନରେ ଏହି ନେତାଙ୍କ ଉପସ୍ଥିତି ୟୁପି ରାଜନୀତିରେ ସମୀକରଣ ବଦଳୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ସୁଭାସପା, ଜନସତା ଦଳ, ବିଏସ୍‌ପି, ଏସ୍‌ପି ଏକ ବଡ଼ ଘୋଷଣା କରିଥିଲେ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଏହି ସମସ୍ତ ବିରୋଧୀ ଦଳର ନେତା ରାଷ୍ଟ୍ରପତି ନିର୍ବାଚନରେ ନିଜର ସମର୍ଥନ ଜଣାଇ ବୋଲି ନିଷ୍ପତ୍ତି ନେଇଛନ୍ତି।

Share