ପ୍ୟାରିସ,୮।୫: ଏମାନୁଏଲ୍ ମାକ୍ରଁ ଶନିବାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍ରେ ରୁଷିଆର ଆକ୍ରମଣକୁ ଅଧିକ ବଢ଼ିବାକୁ ନ ଦେବା ଦିଗରେ ସେ ପଦକ୍ଷେପ ନେବେ ବୋଲି ପ୍ରଥମ ଶପଥ ନେବା ସହ ଫ୍ରାନ୍ସ ଓ ୟୁରୋପର ବିକାଶ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଗତ ଏପ୍ରିଲ ୪ରେ ମାକ୍ରଁ ଆଉ ୫ ବର୍ଷ ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାରିନ୍ ଲେ ପେନ୍ଙ୍କୁ ପରାସ୍ତ କରିଥିଲେ। ଶାସନ କ୍ଷେତ୍ରରେ ସେ ସ୍ବଚ୍ଛ ପଦ୍ଧତି ଆପଣାଇବା ସହ ସାମାଜିକ ଉତ୍ତେଜନା ହ୍ରାସ ଲାଗି ତାଙ୍କ ସରକାର ଏବଂ ପାର୍ଲାମେଣ୍ଟ ବିଭିନ୍ନ ୟୁନିୟନ, ସଂଗଠନ ଓ ରାଜନୀତି, ଅର୍ଥନୀତି, ସାମାଜିକ ତଥା ସାଂସ୍କୃତିକ ଜଗତ ସହ ଜଡ଼ିତ ଲୋକମାନଙ୍କ ସହିତ ଏକାଠି କାର୍ଯ୍ୟ କରିବ ବୋଲି କହିଛନ୍ତି।