Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ମିଳିଲା ନୂଆ ଭୋଟର କାର୍ଡ

ନୂଆଦିଲ୍ଲୀ,୨୯ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ନୂଆ ଭୋଟର କାର୍ଡ ଦେଇଥିଲେ। ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀ ଜିଲାରେ ମତଦାନ କରିପାରିବେ ବୋଲି ସିଇଓ ଅଫିସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ମୁର୍ମୁଙ୍କ ପୁରୁଣା ଭୋଟର କାର୍ଡରେ ଓଡ଼ିଶାର ମୟୂରଭଞ୍ଜ ଠିକଣା ରହିଥିଲା।

Share