ଆନୁଷ୍ଠାନିକ ଭାବେ ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଲୋକେ ଉଗ୍ର ହେବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶି ସେଠାରେ ରହୁଛନ୍ତି । ସେମାନଙ୍କର ଦାବି ହେଲା, ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ଦେଇ ନାହାନ୍ତି ସେପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନ ଅବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିବେ ନାହିଁ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ସୋମବାର ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ।
ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଆନୁଷ୍ଠାନିକ ଭାବେ ସୋମବାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ସୂଚିତ କରିଛନ୍ତି ଯେ ପୂର୍ବ ଘୋଷଣା ଅନୁଯାୟୀ ସେ ଇସ୍ତଫା ଦେଇଦେବେ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Share