Categories: ଜାତୀୟ

ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି, ସେଥିପାଇଁ ସଂସଦ ଭବନ ଉଦଘାଟନ ପାଇଁ କରାଗଲାନି ଆମନ୍ତ୍ରଣ: ଉଦୟାନିଧି…

ଚେନ୍ନାଇ,୨୧।୯ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପୁଣି ଥରେ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏଥର ସେ ସନାତନ ଧର୍ମକୁ ସଂସଦ ଭବନର ଉଦଘାଟନୀ ଉତ୍ସବ ସହ ଯୋଡ଼ିଛନ୍ତି। କାହିଁକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କରା ଗଲା ନାହିଁ ସେନେଇ ପ୍ରଶ୍ନ କରିଛନ୍ତି।

ଉଦୟାନିଧି ଷ୍ଟାଲିନ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି, ସେଥିପାଇଁ ତାଙ୍କୁ ସଂସଦର ଉଦଘାଟନ ପାଇଁ ଆମନ୍ତ୍ରଣ କରାଯାଇ ନ ଥିଲା।

ଏଭଳି ଭାବନା ଥିବା ସନାତନ ଧର୍ମକୁ ସମାପ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି।

Share