ରାଷ୍ଟ୍ରପତି କିଛି ଭୁଲ କରି ନାହାନ୍ତି: ମହାଭିଯୋଗ ନେଇ କହିଲା ହ୍ବାଇଟ ହାଉସ…

ଓ୍ବାଶିଂଟନ,୧୪।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍‌ ଆରମ୍ଭ କରିବା ପ୍ରସ୍ତାବକୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ଅନୁମୋଦନ କରିଛନ୍ତି। ତେବେ ତଦନ୍ତ ଆରମ୍ଭ ହେବା ପରେ ହ୍ବାଇଟ ହାଉସ ବାଇଡେନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଛି।

ପ୍ରେସ ସଚିବ କେରିନ ଜାନ-ପିଆର ବାଇଡେନଙ୍କ ରାଜନୈତିକ ଶତ୍ରୁଙ୍କ ଦ୍ୱାରା ଜାରି କରାଯାଇଥିବା ଅନୁସନ୍ଧାନକୁ ବିରୋଧ କରିଥିଲେ। ରାଷ୍ଟ୍ରପତିଙ୍କ ବିରୋଧରେ ଏହା କେବଳ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଶତ୍ରୁମାନେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିବା ପାଇଁ ଏକ ବର୍ଷ ବିତାଇଲେ, କିନ୍ତୁ ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ। ଶେଷରେ ଏଭଳି କରୁଛନ୍ତି।

ପିଆର କହିଛନ୍ତି ବାଇଡେନଙ୍କ ବିରୋଧରେ ପ୍ରମାଣ ମିଳିଲା ନାହିଁ କାରଣ ସେ କିଛି ଭୁଲ କରିନାହାଁନ୍ତି।

ସୂଚନାଯୋଗ୍ୟ ମଙ୍ଗଳବାର ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ତଦନ୍ତ ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡେନ ପରିବାରର ବ୍ୟବସାୟିକ କାରବାରର ତଦନ୍ତ ଆରମ୍ଭ କରିବାକୁ ମ୍ୟାକକାର୍ଥିି ନିର୍ଦ୍ଦେଶ ଦେଇଛନ୍ତି। ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ସେ ଆମେରିକାର ରାଷ୍ଟ୍ରପତି ଥିବାବେଳେ ରିପବ୍ଲିକାନମାନେ ତାଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କୁ ବିଦେଶୀ ବ୍ୟବସାୟରେ ଉପକୃତ କରିଥିବା ଅଭିଯୋଗ କରିଛନ୍ତି।

ପିଆର କହିଛନ୍ତି ମହାଭିଯୋଗକୁ ନେଇ ଗୃହରେ ପର୍ଯ୍ୟାପ୍ତ ସମର୍ଥନ ନାହିଁ। ହାଉସ ରିପବ୍ଲିକାନ୍ସରେ ମଧ୍ୟ ପ୍ରମାଣ ନାହିଁ ବୋଲି କହିଛନ୍ତି। ଏହା କେବଳ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ପିଆର କହିଛନ୍ତି। ତେବେ ମହାଭିଯୋଗ ନେଇ ରାଷ୍ଟ୍ରପତି ଜୋ ବାଇଡେନ କିଛି କହି ନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri