Categories: ଜାତୀୟ

ବର୍ଷକରେ ୧୬ ହଜାର ଲୋକଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୭:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ମଙ୍ଗଳବାର ଗୋଟିଏ ବର୍ଷ ପୂରିଛି। ବର୍ଷକରେ ରାଷ୍ଟ୍ରପତି ମୋଟ ୧୬,୦୦୦ ବ୍ୟକ୍ତି ବିଶେଷ ସ୍ବତନ୍ତ୍ର ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ନାଟକ, ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଗସ୍ତ ସମୟରେ ମୁର୍ମୁ ଆଦିବାସୀ ଗ୍ରୁପ୍‌ ୧,୭୫୦ ଜଣ ସଦସ୍ୟଙ୍କୁ ଭେଟିଛନ୍ତି। ସେହପରି ଗୋଟିଏ ବର୍ଷରେ ମୁର୍ମୁ ଛଅଟି ଉତ୍ତର-ପୂର୍ବ ରାଜ୍ୟ ଗସ୍ତ କରିଛନ୍ତି। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ମୁର୍ମୁ ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ୨୦ଟି ବିଲ୍‌ ଏବଂ ରାଜ୍ୟ ସରକାରଙ୍କ ୨୩ଟି ବିଲ୍‌କୁ ସ୍ବୀକୃତି ପ୍ରଦାନ କରିଛନ୍ତି।

Share