Categories: ଜାତୀୟ

ନୂଆ ସଂସଦ ଭବନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅଣଦେଖା: ଡେରେକ ଓ’ବ୍ରାଇନ…

ନୂଆଦିଲ୍ଲୀ,୧୯।୯ : ମଙ୍ଗଳବାର ଭାରତ ଏକ ଐତିହାସିକ ମୁହୂର୍ତ୍ତ ପାଳନ କରିଛି। ଦେଶ ଏକ ନୂତନ ସଂସଦ ପାଇଛି ଏବଂ ଏମପିମାନେ ପୁରୁଣା କମ୍ପ୍ଲେକ୍ସକୁ ବିଦାୟ ନେଇଛନ୍ତି। ଏହି ସମୟରେ, ଟିଏମସି ଏମପି ଡେରେକ ଓ’ବ୍ରାଇନ ସେଣ୍ଟ୍ରାଲ ହଲରେ ସମାରୋହରେ ଭାରତର ରାଷ୍ଟ୍ରପତି କେଉଁଠାରେ ଅଛନ୍ତି ଏବଂ ଏଥିପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି କି ନାହିଁ ବୋଲି ପଚାରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ଅଣଦେଖା କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେଣ୍ଟ୍ରାଲ ହଲର ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନେତୃତ୍ୱ ନେଇଥିଲେ।

ଟିଏମସି ଏମପି ଟୁଇଟ କରି କହିଛନ୍ତି ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ସମାରୋହରେ ଭାରତର ରାଷ୍ଟ୍ରପତି କେଉଁଠାରେ ଥିଲେ? ତାଙ୍କୁ ଏନେଇ ଆମନ୍ତ୍ରଣ କରାଯାଇଥିଲା କି? ତାଙ୍କୁ କାହିଁକି ଅଣଦେଖା କରାଯାଇଛି? ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।

Share