Categories: ଜାତୀୟ

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପାଛୋଟି ନେଇଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ଜୁଲାଇ ୨୬ରେ କାରଗୀଲ୍‌ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ଲଦାଖର ଡ୍ରାସ୍‌ସ୍ଥିତ କାରଗୀଲ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜୁଲାଇ ୨୭ରେ ଶ୍ରୀନଗରସ୍ଥିତ କଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଜୁଲାଇ ୨୮ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share