ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କ ପରଲୋକ

ଦର୍‌-ଇସ୍‌-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ ବୋଲି ଉପରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ସୂଚନା ଦେଇଛନ୍ତି। ଦେହ ଖରାପ ଥିବାରୁ ପ୍ରାୟ ୩ ସପ୍ତାହ ଧରି ସେ କୌଣସି କାର୍ଯ୍ୟକ୍ରମରେ ଯୋଗଦେଉ ନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମାଗୁଫୁଲିଙ୍କ ମୃତ୍ୟୁ ଘଟିଥିବା ଉପରାଷ୍ଟ୍ରପତି କହିଛନ୍ତି। ମାଗୁଫୁଲି ବୁଲ୍‌ଡୋଜର ଭାବେ ବେଶ୍‌ ପରିଚିତି ହାସଲ କରିଥିଲେ। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଛାୟା ଖେଳି ଯାଇଛି। ଦେଶରେ ୧୪ ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି।

Share