ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବୁଦ୍ଧଙ୍କ ବାଣୀର ମହତ୍ୱ ପ୍ରତିପାଦନ କରିବାକୁ ରାଜନେତାମାନେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟୁଇଟର ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ବର୍ତ୍ତମାନ ସମୟରେ ବୁଦ୍ଧଙ୍କ ଶାନ୍ତି, ଅହିଂସା, କରୁଣାର ମହତ୍ତ୍ୱ ରଖେ ବୋଲି ଏମାନେ ଉଲ୍ଲେଖ କରିଛନ୍ତି।