Categories: ଜାତୀୟ

ରାଷ୍ଟ୍ରପତିଙ୍କ ହୋଇପାରେ ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର ଟିମ୍‌ ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ହୋଇପାରେ ବୋଲି ସରକାରଙ୍କୁ ସୂଚନା ଦେଇଛନ୍ତି। ଏପରିକି ମାର୍ଚ୍ଚ ୩୦ ତାରିଖ ସକାଳେ ବାଇପାସ ସର୍ଜରୀ କରାଯିବ ବୋଲି ଡାକ୍ତର ଟିମ୍‌ ଆଶା ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଏମ୍ସର ବିଶେଷଜ୍ଞ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ରାଷ୍ଟ୍ରପତି ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Share