Categories: ଜାତୀୟ

ନାରୀଶକ୍ତିଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି-ମୋଦି-ରାହୁଲ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ନାରୀଶକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ମହିଳା ବହୁବିଧ କ୍ଷେତ୍ରରେ କୀର୍ତ୍ତି ସ୍ଥାପନ କରିଛନ୍ତି। ଏହା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ମହିଳା ସଶକ୍ତି କରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ସମାଜର ତୃଣମୂଳସ୍ତରରୁ ମହିଳାଙ୍କ ବିକାଶ କାର୍ଯ୍ୟ ହୋଇ ପାରିବ ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ମହିଳାମଧ୍ୟରେ ଇତିହାସ ରଚିବାର କ୍ଷମତା ରହିଛି। ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ଅପରିହାର୍ଯ୍ୟ। ଏହା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି ରାହୁଲ କହିଛନ୍ତି।

Share