ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍‌ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମରଶରୀର ଏଠାରେ ରଖାଯାଇଛି। ରାଷ୍ଟ୍ରପତି ନିଜ ତଥା ଭାରତବାସୀଙ୍କ ପକ୍ଷରୁ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ତିନି ଦିନିଆ ବ୍ରିଟେନ ଗସ୍ତର ଅଂଶ ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିଥିଲେ। ସେ ସୋମବାର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। ରବିବାର ସନ୍ଧ୍ୟାରେ ମହାରାଜା ଚାଲର୍‌ସଙ୍କ ପକ୍ଷରୁ ବକିଂହାମ୍‌ ପ୍ୟାଲେସରେ ବିଶ୍ୱ ନେତାଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ଭାରତର ରାଷ୍ଟ୍ରପତି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

ମ୍ୟାନମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୩୪୦୦ ଆହତ, ଅନେକେ ନିଖୋଜ

ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି।...

ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ

ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର...

ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ...

Chhattisgarh: ସୁକମାରେ ୧୭ ନକ୍ସଲ ସଫା, ୧୧ ମହିଳା ବି ସାମିଲ

ରାୟପୁର,୨୯।୩: ଛତିଶଗଡ଼ର ସୁକମା ଏବଂ ଦାନ୍ତେୱାଡା ଜିଲାର ସୀମାରେ ଶନିବାର ସକାଳେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୫୦୦-୬୦୦...

ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା।...

ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ...

Bihar Board 10th Toppers: ବିହାର ମାଟ୍ରିକ ପରୀକ୍ଷା ଫଳାଫଳର ୪୮୯ ନମ୍ବରର ରହସ୍ୟ କ’ଣ, ୧୦ ଛାତ୍ରୀ ଟପ୍ପର

ପାଟନା,୨୯।୩: ବିହାର ସ୍କୁଲ ପରୀକ୍ଷା ବୋର୍ଡ (BSEB) ଆଜି ୨୦୨୫ ମସିହାର ମାଟ୍ରିକ (ଦଶମ) ପରୀକ୍ଷା ଫଳାଫଳ ଘୋଷଣା କରିଛି। ସମ୍ପୂର୍ଣ୍ଣ ଫଳାଫଳ ସମୟରେ, ୪୮୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image