Advertisement

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍‌ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମରଶରୀର ଏଠାରେ ରଖାଯାଇଛି। ରାଷ୍ଟ୍ରପତି ନିଜ ତଥା ଭାରତବାସୀଙ୍କ ପକ୍ଷରୁ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ତିନି ଦିନିଆ ବ୍ରିଟେନ ଗସ୍ତର ଅଂଶ ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିଥିଲେ। ସେ ସୋମବାର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। ରବିବାର ସନ୍ଧ୍ୟାରେ ମହାରାଜା ଚାଲର୍‌ସଙ୍କ ପକ୍ଷରୁ ବକିଂହାମ୍‌ ପ୍ୟାଲେସରେ ବିଶ୍ୱ ନେତାଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ଭାରତର ରାଷ୍ଟ୍ରପତି ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share